ଦେପୁର କର୍ଲାପଡା ତାରିଣୀ ପୀଠରେ ଝାମିଯାତ୍ରା

କଲମପୁର : ମହା ବିଷୁବ ସଂକ୍ରାନ୍ତି ଅବସରରେ କଲମପୁର ବ୍ଲକ ଅଧିନସ୍ଥ ଦେପୁର କର୍ଲାପଡା ଠାରେ ଥିବା ମା ତାରିଣୀଙ୍କ ପୀଠରେ ମହାସମାରୋହରେ ଚୈତି ପର୍ବ ପାଳିତ ହେଇଯାଇଛି। କଣ୍ଟା ଦୋଳିରେ ଝୁଲି, ନିଆଁରେ ଚାଲି ଦେବୀ ମା’ ଭକ୍ତଙ୍କୁ ନିଜର ପରାକାଷ୍ଟା ପ୍ରଦର୍ଶିତ କରି ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ ପୂଜକ ପୀଠରେ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରିଥିଲେ । ଗୁରୁବାର ସଂଧ୍ୟାରେ ଦେବୀଙ୍କ କାଳସୀ ଏକ ଶୋଭାଯାତ୍ରାରେ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ପୂଜା ହେବା ପରେ ମନ୍ଦିର ପରିସରରେ ଥିବା ଦେବୀଙ୍କ ଏକ କଣ୍ଟା ଦୋଳିରେ ବସି ଝୁଲି ଥିଲେ । ଏହାପରେ ନିକଟରେ ପୂର୍ବରୁ ନିଆଁ ଲଗାଇ ପ୍ରସ୍ତୁତ ହେଇଥିବା ଝାମି ସ୍ଥାନକୁ ଯାଇଥିଲେ। ସେଠାରେ ପୂଜା ହେବା ପରେ ଦେବୀଙ୍କ କାଳସୀ ନିଆଁରେ ଚାଲିଥିଲେ। ଦେବୀଙ୍କ ଏହି ମହିମା ଦେଖିବା ପାଇଁ ଅଂଚଳର ବହୁ ଲୋକ ସମାଗମ ହେଇଥିଲେ। ପୂଜା କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Comments are closed.