ବାଟବଣା ହରିଣୀକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

0

କଲମପୁର : ଜଙ୍ଗଲରୁ ବାଟବଣା ହୋଇ ଜନବସତିକୁ ଚାଲି ଆସିଥିବା ଏକ ହରିଣୀକୁ ଗ୍ରାମବାସୀ ଉଦ୍ଧାର କରିବା ସହ ବନ ବିଭାଗକୁ ହସ୍ତାନ୍ତରିତ କରିଛନ୍ତି। ଏହି ଘଟଣାକୁ ନେଇ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ଏକ ହରିଣୀ କାଣିଗୁମା ଜନବସତିକୁ ଚାଲି ଆସିଥିଲା। ଏହାକୁ କିଛି ଲୋକ ଦେଖିଥିଲେ। ଅନ୍ୟ ଅଞ୍ଚଳକୁ ଚାଲିଗଲେ ହରିଣୀର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି କାଣିଗୁମା ଗ୍ରାମର ଚୈତନ୍ୟ ପ୍ରଧାନୀ, ପ୍ରସାଦ ସୁନାନୀ, ଅନୁଭବ ପ୍ରଧାନୀ, ବୁଟୀ ଦିଶାରୀ ଶିଶିର ବାଗ, କାହ୍ନୁ ପ୍ରଧାନୀ, ବିକ୍ରମ ସୁନାନୀ ପ୍ରମୁଖ ଙ୍କ ସମେତ ଗ୍ରାମର ମହିଳା ମାନେ ଜଙ୍ଗଲରୁ ବାଟବଣା ହୋଇ ଜନ ବସତିକୁ ଚାଲିଆସିଥିବା ହରିଣୀକୁ ଉଦ୍ଧାର କରି ଥୁଆମୁଳ ରାମପୁର ଉତର ବନାଂଚଳ ଅଧିନସ୍ତ ଗୁଣପୁର ବନପାଳ ଓ ବନାଂଚଳ ଅଧିକାରୀଙ୍କୁ ହରିଣୀ ଉଦ୍ଧାର ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ହରିଣୀକୁ ବନ ବିଭାଗ ଉଦ୍ଧାର କରିଥିଲା। ଏହା ସହିତ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହରିଣୀର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତୁରନ୍ତ ଭବାନିପାଟଣା ପଶୁ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ହରିଣୀର ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହେଇନାହିଁ। ଯଦି ହରିଣୀର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥାଏ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କର୍ଲାପାଟ ଅଭୟାରଣ୍ୟରେ ଛାଡି ଦିଆଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଗ୍ରାମବାସୀଙ୍କ ସଚେତନତା କାରଣରୁ ଏକ ବନ୍ୟଜୀବ ଜୀବ ନରକ୍ଷା ପାଇଥିବା ଜଣାପଡିଛି। ଏଭଳି ଜଙ୍ଗଲି ଜନ୍ତୁର ଜୀବନ ରକ୍ଷା କରି ବନ ବିଭାଗର ଦାଇତ୍ୱରେ ଦେଇଥିବାରୁ ଗ୍ରାମବାସୀ ପ୍ରଶଂସନୀୟ ବୋଲି ବନ ବିଭାଗ ଅଧିକାରୀ ମତବ୍ୟକ୍ତ କରିଛନ୍ତି।

Leave A Reply