ବିଦ୍ୟାଳୟର ଉନ୍ନତି ପାଇଁ ୧୧ହଜାର ଟଙ୍କା ଦାନ କଲେ ପୁରାତନ ଛାତ୍ର

0

କଲମପୁର : କେବଳ ସରକାରୀ ଅନୁଦାନ ନୁହେଁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସହଯୋଗ ମିଳିଲେ ବିଦ୍ୟାଳୟର ଉନ୍ନତି ସମ୍ଭବ ହୋଇ ପାରିବ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଲମପୁର ବ୍ଲକ ଅଧିନସ୍ଥ ବିଜମରା ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ପୁରାତନ ଛାତ୍ର ବିଦ୍ୟାଳୟର ଉନ୍ନତି ପାଇଁ ୧୧ହଜାର ଟଙ୍କା ଦାନ କରିଛନ୍ତି । ଏହି ଛାତ୍ର ଜଣଙ୍କ ବର୍ତ୍ତମାନ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଭାବେ କାର୍ଯ୍ୟରତ ଧନଞ୍ଜୟ ମୁଣ୍ଡା । ସେ ବିଦ୍ୟାଳୟର ଉନ୍ନତି ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ୧୧ ହଜାର ଟଙ୍କା ଚେକ୍ ଆକାରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମଜ୍ୟୋତି ନେଗୀଙ୍କୁ ପ୍ରଦାନ କରିଛନ୍ତି। ଏହାସହ ବିଭିନ୍ନ କ୍ଷେତ୍ରରେ ଥିବା ବିଦ୍ୟାଳୟର ପୂରାତନ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟର ଉନ୍ନତି ପାଇଁ ମୂକ୍ତ ହସ୍ତରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।  ଏହି ବିଦ୍ୟାଳୟରୁ ଅନେକ ଛାତ୍ର ଛାତ୍ରୀ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ନାମୀ ଦାମୀ କମ୍ପାନୀର ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି।

Leave A Reply