ବନ୍ୟାରେ ଭାଙ୍ଗିଲା ୧୪୪ ଘର, ୪୦ ହେକ୍ଟର ଜମି ହେଲା ବାଲିଚର

0

କଲମପୁର : ଲଗାଣ ବର୍ଷା ଫଳରେ ଥୁଆମୁଳ ରାମପୁର ଅଂଚଳରେ ବନ୍ୟାରେ ୧୪୪ଘର ଭାଙ୍ଗିଜିବା ସହ ୪୦ହେକ୍ଟର ଜମି ବାଲିଚର ହୋଇଯାଇଛି। ବନ୍ୟାରେ ୪ଶହ ହେକ୍ଟରୁ ଅଧିକ ଚାଷ ଜମି ବାଲି ଓ ଜଙ୍ଗଲର ପଥର ମାଟି ଦ୍ୱାରା ପୋତି ହେଇଥିବା ବେଳେ ପ୍ରାୟ ୨ଶହ ଘର ପ୍ରଭାବିତ ହେଇଥିଲା। ଗତ ଶନିବାର ଓ ରବିବାର ଲଗାଣ ବର୍ଷା ଫଳରେ ଥୁଆମୁଳ ରାମପୁର ଅଂଚଳରେ ପୁଣି ବନ୍ୟାର ପ୍ରଭାବରେ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି। ଥୁଆମୁଳ ରାମପୁର ତହସିଲର ପ୍ରାକ୍‍ ଆକଳନ ଅନୁସାରେ ୧୩୮ଟି ଘର ଆଂଶିକ ଭାବେ ଭାଙ୍ଗି ଯାଇଥିବା ବେଳେ ୬ ଟି ଘର ସମ୍ପୂର୍ଣ୍ଣ ଭାବେ ଭଆଙ୍ଗିଯାଇଥିଲା। ଗମନର ସୁବିଧା ନଥିବାରୁ ବହୁ ଗାଁର ଆକଳନ ତହସିଲରେ ପହଞ୍ଚି ପାରିନଥିବାରୁ ଏହି କ୍ଷୟକ୍ଷତି ଆହୁରି ଅଧିକ ହେବାର ସମ୍ଭାବନା ରହିଛି। ଏହାସହ ତହସିଲ କାର୍ଯ୍ୟାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୬ଜଣଙ୍କୁ ପଲିଥିନ ଦିଆଯାଇଥିବା ସୂଚନା ମିଳିଛି। ବହୁ ଅଗମ୍ୟ ଅଞ୍ଳଚଳର ସରଳ ଲୋକ ସରକାରଙ୍କ ଯୋଜନା ସମ୍ବନ୍ଧରେ ଜାଣି ପାରିନଥିବାରୁ ଘର ଭାଙ୍ଗିଯିବା ପରେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି। ତେଣୁ ତୁରନ୍ତ ରାଜସ୍ୱ ଓ ବିପର୍ଯ୍ୟ ପ୍ରଶମନ ବିଭାଗ ତରଫରୁ ତଦନ୍ତ କରାଯଆଇ ଅସହାୟ ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି।

Leave A Reply