ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ରକ୍ତ ଦାନ ଶିବିର

0

କଲମପୁର : କଲମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବୁଧବାର ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତ ଦାନ ଜୀବନ ଦାନ ଏକ ମହତ୍‍ ଦାନ ସମ୍ବନ୍ଧରେ ବିଦ୍ୟା ମନ୍ଦିରର ଶିଶୁ ମାନଙ୍କ ମଧ୍ୟରେ ସଚେତନତା କରାଯାଇଥିଲା। ରୌପ୍ୟ ଜୟନ୍ତୀ ପାଳନ କମିଟିର ସଭାପତି ରାମ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ କଲମପୁର ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଶିବିରକୁ ଉଦ୍‍ଘାଟନ କରିଥିଲେ। ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଶ୍ୱ ଜୀବନ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସମ୍ପାଦକ ମନ୍ମଥ କୁମାର ମିଶ୍ର ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଏଥିରେ ସୁଜିତ କୁମାର ପଣ୍ଡା, ଅବିନାଶ ନାଏକଙ୍କ ଭଳି ଅନେକ ବ୍ୟକ୍ତି ରକ୍ତ ଦାନ କରିଥିଲେ। ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସିଦ୍ଧେଶ୍ବର ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟେକନିସିଆନ ସଞ୍ଜିବ କୁମାର ମହାକୁଡ, କୃଷ୍ଣ ଚନ୍ଦ୍ର ସାହୁ ଓ ସଂଘମିତ୍ରା ସୁନା ପ୍ରମୁଖ ରକ୍ତ ଦାନ ଶିବିରରେ ଉପସ୍ତିତ ରହି ସକ୍ରିୟ ସହଯୋଗ କରିଥିଲେ।

Leave A Reply