ଥ୍ରେସିଂ ବେଳେ ଥ୍ରେସର ଓ ଟ୍ରାକ୍ଟର ସହ ଲକ୍ଷାଧିକ ଟଙ୍କାର ଧାନ ପୋଡି ନଷ୍ଟ

କଲମପୁର  : କଳାହାଣ୍ଡି ଜିଲାର କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଖମନପଡା ଏକ ଧାନ ଖଳା ରେ ଏକ ଟ୍ରାକ୍ଟର ସଂଲଗ୍ନ ପେଡି ଥ୍ରେସର ସାହାଯ୍ୟ ରେ ଧାନ ଥ୍ରେସର କରୁଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞ୍ଜିନ ରୁ ନିଆଁ ଲାଗି ଯାଇଥିଲା । ଘଟଣା ସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କଲା ବେଳକୁ ଥ୍ରେସର ଟ୍ରାକ୍ଟର ଓ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ ହୋଇ ସାରିଥିଲା । ଟ୍ରାକ୍ଟର ଓ ଥ୍ରେସର ଟି ମିନଗୁର ଗ୍ରାମର ସୁମନ୍ତ କୁମାର ପଣ୍ଡା ଙ୍କ ହେଇଥିବା ବେଳେ ଖମନପଡା ବିଶ୍ବ ମାଝୀ ଙ୍କ ଧାନ ବୋଲି ସୁଚନା ମିଳିଛି । ଘଟଣା ସ୍ଥଳରେ ରାଜସ୍ବ ବିଭାଗ ତରଫରୁ ମଣ୍ଡଳ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ମିଳିଛି ।

Comments are closed.