ଚୁଲି ନିଆଁରୁ ଘର ପୋଡି

କଲମପୁର : ଘରେ ରାନ୍ଧୁଥିବା ସମୟରେ ହଠାତ ଚୁଲିର ନିଆଁ ଘର ଚାଳକୁ ଲାଗିଯିବା ଦ୍ୱାରା ଘର ପୋଡିଯାଇ ଆସବାବ ପତ୍ର ସହିତ ଘର କୁ ଲାଗି ରହିଥିବା ଦୋକାନ ର ସମସ୍ତ ସାମଗ୍ରୀ ପୋଡିଯାଇଛି। ଯାହାରି ଫଳରେ ଗୋଟିଏ ପରିବାର ସର୍ବଶାନ୍ତ ହେଇ ପଡ଼ିଥିବା ଭଳି ଖବର ଏବେ ସମଗ୍ର ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁଯାୟ, ଅନୁସାରେ ଗୁରୁବାର  ସନ୍ଧ୍ୟା ସମୟରେ ଥୁଆମୁଳ ରାମପୁରର ଅଗମ୍ୟ ଅଞ୍ଚଳ ଭାବେ ପରିଚିତ ଇନ୍ଦ୍ରାବତି ଜଳଭଣ୍ଡାର କୂଳରେ ଥିବା ପାଡେପଦର ପଞ୍ଚାୟତ ଅଧିନସ୍ଥ ମୁଣ୍ଡିଘାଟି (ଦୁରେସପଦର) ଗ୍ରାମର ଧନପତୀ ନାଏକଙ୍କ ସ୍ତ୍ରୀ ଘରେ ଏକ କାଠ ଚୁଲାରେ ରାନ୍ଧୁଥିବା ବେଳେ ହଠାତ ନିଆଁ ଘର ଛାତକୁ ଲାଗିଯାଇଥିଲା । କୌଣସି ଉପାୟ ନ ପାଇ ନିଜ ଜୀବନ ବିକଳରେ ଧନପତୀଙ୍କ ସ୍ତ୍ରୀ ବାହାରକୁ ବାହାରି ଆସିଥିଲେ । ଲୋକ ରୁଣ୍ଡ ହେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଥିବା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ରାସ୍ତାରେ ଥିବା ଏକ ଘାଟିକୁ ଦମକଳ ବାହିନୀର ଗାଡି ଚଢି ନ ପାରିବାରୁ ଫେରିଯାଇଥିଲା । ଯାହାରି ଫଳରେ ଧନପତୀଙ୍କ ଘର ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହେଇଥିବା ବେଳେ ଘରକୁ ଲାଗି ରହିଥିବା ନିଜର ଜିବୀକା ଅର୍ଜନ କରୁଥିବା ଦୋକାନ ଘର ହିତ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହେଇଯାଇଛି। ଅନ୍ୟପଟେ ନିଆଁ ଦାଉରୁ ଅଳ୍ପକେ ଧନପତୀର ସ୍ତ୍ରୀ ବଞ୍ଚିଯାଇଛି । ଆଗକୁ ବର୍ଷା ଥିବାବେଳେ ଏଭଳି ସମୟରେ ଘର ପୋଡିଯିବାରୁ ଗରୀବ ଧନପତି ନିଜ ପରିବାରକୁ ନେଇ  କେଉଁଠି ରହିବେ ଚିନ୍ତାର ବିଷୟ ପାଲଟିଛି ।

ଏନେଇ ଥୁଆମୁଳ ରାମପୁର ତହସିଲଦରା ବିନୟ କୁମାର ଭୋଇଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଘର ପୋଡି ନେଇ ରାତି ପ୍ରାୟ ୮୩୦ରେ ସୁଚନା ପାଇଥିବା କହିବା ସହ ଶୁକ୍ରବାର ଦିନ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଘର ପୋଡି ସମ୍ବନ୍ଧରେ ତଦନ୍ତ କରାଯାଇ ସରକାରଙ୍କ ନିୟମାବଳୀ ଅନୁସାରେ ସହାୟତା ଯୋଗାଇଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Comments are closed.