ଥୁଆମୁଳ ରାମପୁର ବନାଞ୍ଚଳରେ ୭୧ ତମ ବନ ମହୋତ୍ସବ

କଲମପୁର: କଳାହାଣ୍ଡି ଜିଲା ଦକ୍ଷିଣ ବନ ଖଣ୍ଡ ଥୁଆମୁଳ ରାମପୁର ବନାଞ୍ଚଳ ଅଧିନସ୍ଥ କଲମପୁର ଠାରେ ୭୧ ତମ ବନମହୋତ୍ସବ ଆୟୋଜିତ ହୋଇଯାଇଛି।

ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଲୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମାରୋହରେ ଏ.ସି.ଏଫ ଶିବ ପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଣ୍ଡିଗାଁ ସରପଞ୍ଚ ବନଜା ବାସିନୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ‘ବୃକ୍ଷ ହିଁ ଜୀବନ’ ଓ ଜଙ୍ଗଲ ସୃଷ୍ଟି ସୁସ୍ଥ ପରିବେଶର ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଉତ୍ସବ ପାଳନ ଅବସରରେ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସର ସମେତ କଲମପୁର ସିଙ୍ଗାରୀ ଘାଟି ୫ କିଲୋମିଟର ରାସ୍ତା ର ଉଭୟ ପାର୍ଶ୍ବ ଓ ପଣ୍ଡିଗାଁ ଠାରେ ଏ.ଏନ.ଆର ଯୋଜନାରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅତିରିକ୍ତ ବନାଞ୍ଚଳ ଅଧିକାରୀ ଆତ୍ମାରାମ ମହାନନ୍ଦ, ବନପାଳ ଭୁବନେଶ୍ୱର ବେହେରା, ସିଙ୍ଗାରୀ ବନ ରକ୍ଷୀ ଦେବରାଜ ସୁନାନୀ, କଲମପୁର ବନରକ୍ଷୀ ସୁରେନ୍ଦ୍ର ଶବର ଦାସିଗାଁ ବନରକ୍ଷୀ ପ୍ରଭାସିନୀ ଗୋପାଳ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଅଞ୍ଚଳର ବହୁ ମହିଳା ସଂଗଠନ, ବନ ସମିତିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Comments are closed.