କଲମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ସାମାଜିକ ଦୂରତ୍ୱକୁ ଫୁ‘

କଲମପୁର : କରୋନାରୁ ରକ୍ଷା ପାଇବାପାଇଁ ସାମାଜିକ ଦୂରତା ଏକମାତ୍ର ଉପାୟ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କଲମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ଶୁକ୍ରବାର ଏହାକୁ ହେୟଜ୍ଞାନ କରିଥିବା ଦେଖାଯାଇଛି। ବାରମ୍ବାର ପୁଲିସ ପ୍ରଶାସନ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରଖିବା ପାଇଁ ଘୋଷାଣା ଓ ତାଗିଦ କରୁଥିଲେ ମଧ୍ୟ ଲୋକ ସୁଧୁରିବା ବଦଳରେ ଆହୁରି ଅଧିକ ଢିଲା ହେଉଛନ୍ତି। ତେଣୁ ଆଗାମୀ ଦିନରେ ଏହି ଭୁତାଣୁ ସମଗ୍ର ଜିଲାରେ ବିସ୍ତାର କରିବାର ଆଶଙ୍କା କରାଯାଉଛି। ତେବେ ତୁରନ୍ତ କଲମପୁର ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନ ଏଥିପ୍ରତି ସଜାଗ ନହେଲେ ଏହି ଅଂଚଳରେ ମଧ୍ୟ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଲୋଚନା ହେଉଛି।

Comments are closed.