ଝାଡାବାନ୍ତିରେ ଜଣକର ମୃତ୍ୟୁ

0

କଲମପୁର : ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତ ଅଧିନସ୍ଥ ସେମେଲପଦର ଗ୍ରାମରେ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ପୁଣି ଜଣକର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ସେମେଲପଦର ଗ୍ରାମର ଘାସିରାମ ମାଝୀ ୬୫, ଝାଡା ବାନ୍ତି ରୋଗରେ ଶୁକ୍ରବାର ଠାରୁ ଚିକିତ୍ସିତ ହୋଇଥିଲେ। ଏକ ଡାକ୍ତରୀ ଦଳ ଗାଁରେ ରହି ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ବେଳେ ଘାସି ରାମଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଯାହାଫଳରେ ରୋଗୀଟିର ଘରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ତିଆଡି ସୂଚନା ଦେଇଛନ୍ତି।

Leave A Reply