ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କଲେ ବିଜୁ ଯୁବ ବାହିନୀର ସଦସ୍ୟ

0

କଲମପୁର : ଜଣେ ଅସହାୟ ବୃଦ୍ଧା ମୃତ୍ୟୁ ବରଣ କରିବା ପରେ ବିଜୁ ଯୁବ ବାହିନୀ ତରଫରୁ ଉକ୍ତ ବୃଦ୍ଧାଙ୍କ ଶବ ସତ୍କାର କରାଯିବା ଘଟଣା କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁସାରେ, କଲମପୁର ବ୍ଲକ ବଡକୁଟୃ ଗ୍ରାମର ଅସହାୟ ବୃଦ୍ଧା ରୁକମଣୀ ଦୁର୍ଗାଙ୍କ କେହି ନିଜର ବୋଲି ସମ୍ପର୍କିୟ ନାହାଁନ୍ତି। ଏକମାତ୍ର ଝିଅର ବିବାହ ପରେ ମାଁ କୁ କୌଣସି ପ୍ରକାରେ ଝିଅ  ପଚାରିନଥିଲେ। ଯାହା ଫଳରେ ବୃ୍‍ଦ୍ଧା ଜଣକ ନିଜ ଗାଁ ଛାଡି ଗତ କିଛି ବର୍ଷ ଧରି ରାଜ୍ୟ ବାହାରକୁ ପଳାଇଥିଲେ। ଦୀର୍ଘ ଦିନ ପରେ ଗତ ବର୍ଷ ପୁଣି ବୃଦ୍ଧା ଜଣକ ଘର ମୂହାଁ ହୋଇ ବଡକୁଟୃ ଫେରି ଆସିଥିଲେ।ତଥାପି ନିଜ ଝିଅ ଅଥବା ଅନ୍ୟ କେହି ତାଙ୍କୁ ପଚାରିନଥିଲେ। ବୃଦ୍ଧା ଜଣକ ନିଜ କର୍ମ ଆଦରି ଭୋକ ଉପାସରେ ରହି ନିଜ ଶେଷ ଜୀବନକୁ ଅପେକ୍ଷା କରିଥିଲେ। ଗତ ରବିବାର ରାତିରେ ବୃଦ୍ଧା ଜଣକ ନିଜ ଘରେ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ସମୟ ଧରି ବୃଦ୍ଧା ଜଣକର ଶବ ପଡି ରହିବା ଘଟଣା ସମ୍ବନ୍ଧରେ ବଡକୁଟୃ ପଞ୍ଚାୟତର  ବିଜୁ ଯୁବ ବାହିନୀର ସଭାପତି ଲକ୍ଷ୍ମୀକାନ୍ତ ସୁନାନୀ ବ୍ଲକ ବିଜୁ ଯୁବ ବାହିନୀର ସଂଯୋଜକ ମନୋଜ କୁମାର ନାଏକଙ୍କୁ ସୂଚନା ଦେଇଥିଲେ। ବ୍ଲକ ସଂଯୋଜକ ଶ୍ରୀ ନାଏକ ଘଟଣା ସ୍ଥଳରେ ପହଞ୍ଚି  ବିଜୁ ଯୁବ ବାହିନୀର ସଦସ୍ୟଙ୍କ ସହଯୋଗରେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରିଥିଲେ।ଯୁବ  ବାହିନୀରଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଞ୍ଚଳବାସୀ କର୍ମକର୍ତାଙ୍କୁ ପ୍ରଶଂସା କରିଥିଲେ।

Leave A Reply