ସାଧାରଣ ଲୋକଙ୍କ ଅର୍ଥକୁ ନେଇ ପୁଞ୍ଜିପତିଙ୍କ କ୍ଷତି ଭରଣା କରୁଛନ୍ତି କେନ୍ଦ୍ର ସରକାର : ପୁଷ୍ପେନ୍ଦ୍ର ସିଂହଦେଓ

0

କଲମପୁର : ନିର୍ବାଚନ ଜିତିବା ପରେ ଦୁର୍ନିତୀ ଗସ୍ତ ବ୍ୟକ୍ତିଙ୍କ ଦ୍ୱାରା ବିଦେଶୀ ବ୍ୟାଙ୍କ ସମୂହରେ ଗଚ୍ଛିତ ରଖାଯାଇଥିବା କଳା ଧନ ଫେରାଇ ଅଣାଯିବ ଓ ଦେଶର ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାରେ ୧୫ ଲକ୍ଷ ଟଙ୍କା ଜମା କରି ଦିଆଯିବ। ଏ ଥିଲା କେନ୍ଦ୍ର ଶାସନାଧିନ ବି.ଜେ.ପି ର ୨୦୧୪ ନିର୍ବାଚନ ପୂର୍ବର ପ୍ରତିଶୃତି। କିନ୍ତୁ ପରିତାପର ବିଷୟ ଆଜି ଦେଶର ସମସ୍ତ ହିତାଧିକାରୀଙ୍କ ଜମା ଖାତାକୁ ଟଙ୍କା ଆସିବା ପରିବର୍ତେ ହିତାଧିକାରୀଙ୍କ ଟଙ୍କା ଉଠାଣ, ଟଙ୍କା ଜମା କରିବା ସହ ସର୍ବ ନିମ୍ନ ଜମା ନଥିବା ଆଦି ପାଇଁ ବ୍ୟାଙ୍କ ଗ୍ରାହକ ସେବା ବାବଦରେ ଶୋଷଣର ଶିକାରହେଉଛନ୍ତି। ଏହି ସମସ୍ତ ଅର୍ଥ ସେହି ପୁଞ୍ଜିପତି ମାନଙ୍କ କ୍ଷତିର ଭରଣା କରୁଛନ୍ତି କେନ୍ଦ୍ର ସରକାର ବୋଲି କଲମପୁର ବ୍ଲକ ସାନକୁଟୃ ଠାରେ ଆୟୋଜିତ ଜୋନ ୧ର ବିଜୁ ଜନତା ଦଳର କର୍ମୀ ସମାବେଶରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ବ୍ଲକ ସଭାପତି ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମୀ ସମାବେଶରେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ନେତା ଗଣେଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚନ ନେଇ ସଂଗଠନକୁ ମଜବୁତ୍‍ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନତା କରିବା ପାଇଁ ଆଲୋଚନା କରିଥିଲେ। ଏହାସହ ବି.ଜେ.ପି କେନ୍ଦ୍ର ଶାସନ ଦାଇତ୍ୱ ନେବା ପରେ ରାଜ୍ୟକୁ ମିଳୁଥିବା ବିଭିନ୍ନ ଯୋଜନାର ଅର୍ଥ କାଟ କରିଚାଲିଛନ୍ତି। ଯେଉଁଥି ପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ମାଧ୍ୟମରେ ଜନ ଉନ୍ନୟନ କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply