ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଭେଜିଗୁଡା ଚମ୍ପିୟାନ

0

କଲମପୁର : ଗତ ୧୩ ତାରିଖରୁ ମଣ୍ଡଳ ଫୁଟବଲ ପଡିଆ ଠାରେ ପ୍ରିୟଦର୍ଶିନୀ ଯୁବକ ସଂଘ ସହଯୋଗରେ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଷଡଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭେଜିଗୁଡା ଏକାଦଶ ଅରେବେଡା ଏକାଦଶକୁ ଟସ୍‍ ମାଧ୍ୟମରେ ପରାଜିତ କରି ଚମ୍ପିୟାନ ଘୋଷିତ ହେଇଛି।
ଏହି ଟୁଣ୍ଣାମେଣ୍ଟରେ ଗ୍ରାମାଞ୍ଚଳର ୩୨ ଗୋଟି ଫୁଟବଲ ଦଳ ଯୋଗଦେଇ ସେମାନଙ୍କ ଖେଳ ପ୍ରଦର୍ଶନ କରିଥିଲେ। ଧର୍ମଗଡ ବ୍ଲକ ବୋଡେନ ଇଛାପୁର ସହିତ ଭେଜିଗୁଡା ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ଖେଳରେ ଭେଜିଗୁଡା ଦଳ ବିପକ୍ଷ ଇଛାପୁର ଦଳକୁ ପେନାଲଟିକ୍‍ ସଟ ମାଧ୍ୟମରେ ପରାଜିତ କରି ଫାଇନାଲ ଖେଳକୁ ଉତିର୍ଣ୍ଣ ହୋଇଥିଲା। ସେହିପରି ଅରେବେଡା ଓ ସିର୍ଲିଗୁଡା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ଖେଳରେ ଅରେବେଡା ଦଳ ସିର୍ଲିଗୁଡା ଦଳକୁ ଟସ୍‍ ମାଧ୍ୟମରେ ପରାଜିତ କରି ଫାଇନାଲ ଖେଳକୁ ପ୍ରବେଶ କରିଥିଲା। ଉଭୟ ଭେଜିଗୁଡା ଓ ଅରେବେଡା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳର ସିମିତ ସମୟ ମଧ୍ୟରେ କେହି କାହାକୁ ପରାଜିତ କରିପାରିନଥିଲେ। ପେନାଲଟିକ୍‍ ସଟରେ ମଧ୍ୟ ଉଭୟ ଦଳ ଅପରାଜିତ ହେବା ପରେ ଟସ୍‍ ମାଧ୍ୟମରେ ବିଜୟ ନିର୍ଣ୍ଣୟ କରାଯାଇଥିଲା। ଟସରେ ଭେଜିଗୁଡା ଦଳ ବିଜୟ ହେବା ସହ ଚମ୍ପିୟାନ ଘୋଷିତ ହେଇଥିଲା।
ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂରସ୍କାର ବିତରଣୀ ସଭାରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ ମୁଖ୍ୟ ଅତିଥି ଭଊାବେ ଯୋଗ ଦେଇ ଚମ୍ପିୟାନ ଭେଜିଗୁଡା ଦଳକୁ ଚମ୍ପିୟାନ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଓ ରନର୍ସଅଫ ଅରେବେଡା ଦଳକୁ ରନର୍ସଅଫ ଟ୍ରଫି ସହିତ ନଗଦ ୭ ହଜାର ଟଙ୍କା ପୂରସ୍କାର ସ୍ୱରୁପ ପ୍ରଦାନ କରାଯାଇଥିଲା।

Leave A Reply