ନବଜାତ ଶିଶୁ ମୁଣ୍ଡରେ ବିରାଟ ମାଂସ ପିଣ୍ଡୁଳା

0

କଲମପୁର : ଏକ ନବଜାତ ଶିଶୁ ମୁଣ୍ଡରେ ମୁଣ୍ଡ ସଦୃଶ ଅନ୍ୟ ଏକ ମାଂସ ପିଣ୍ଡୁଳା ଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଲମପୁର ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରରେ ଏକ ଶିଶୁ ମୁଣ୍ଡରେ ମୁଣ୍ଡ ସଦୃଶ ଏକ ମାଂସ ପିଣ୍ଡୁଳା ନେଇ ଶିଶୁଟି ନିକଟରେ ଲୋକଙ୍କ ଭିଡ ଜମିଥିଲା। ଅନେକ ଏହା ଯୋଡା ମୁଣ୍ଡ ଥିବା ଶିଶୁ ବୋଲି ଆଲୋଚନା କରୁଥିଲେ ମଧ୍ୟ ଏହା ଏକ ମାଂସ ପିଣ୍ଡୁଳା ହେଇଥିବା ଜଣା ପଡିଛି। ଏଭଳି ଏକ ଶିଶୁ ଜନ୍ମ ହେବା ଏହି ଅଂଚଳ ପାଇଁ ଏକ ନୁଆଁ ଗଟଣା।
ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ଦିନ କଲମପୁର ବ୍ଲକ ଅଧିନସ୍ତ ଦେପୁର ରାଜସ୍ୱ ଗ୍ରାମ କର୍ଲାପଡାର ବୈକୁଣ୍ଠ ମାଝୀଙ୍କ ପତ୍ନୀ ପୁଷ୍ପାଞ୍ଜଳୀକୁ ପ୍ରସବ ପାଇଁ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଡାକ୍ତର ସମ୍ବିତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁଟି ସ୍ୱଭାବିକ ଭାବେ ଜନ୍ମ ହେଇଥିଲା। କିନ୍ତୁ ଜନ୍ମିତ ଶିଶୁ ମୁଣ୍ଡରେ ଅନ୍ୟ ଏକ ମୁଣ୍ଡ ସଦୃଶ ମାଂସ ପିଣ୍ଡୁଳା ଥିବା ଦେଖା ଯାଇଥିଲା। ଏଥିରେ ପାଣି ଭରି ରହିଥିବା ସନ୍ଦେହ କରାଯାଉଛି। ଶିଶୁର ଜନ୍ମ ପରେ ଉଭୟ ମାଁ ଓ ସନ୍ତାନର ଅବସ୍ଥା ସ୍ଥିର ରହିଛି। ଶିଶୁଟିର ଅଧିକ ଚିକିତ୍ସା ପାଇଁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହାୟତା ନିଆଗଲେ ଶିଶୁର ଅବସ୍ଥା ସ୍ୱଭାବିକ ହେଇ ପାରିବ ବୋଲି ଡାକ୍ତର ମହାନ୍ତି ଆଶା ବ୍ୟକ୍ତ କରିଛନ୍ତି। ତେଣୁ ଶିଶୁଟିର ଚିକିତ୍ସା ପାଇଁ ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଶିଶୁଟିର ପରିବାରକୁ ପରାମର୍ଶ ଦେଇଛନ୍ତି। ଶିଶୁର ପିତା ମାତା ଅତ୍ୟନ୍ତ ଗରୀବ ହେଇଥିବା ବେଳେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଛି।

Leave A Reply