ପ୍ରଶାସନ ନୀରବତା ପାଇଁ ଭାଙ୍ଗିଥିବା ରାସ୍ତା ସଜାଡିଲେ ଗ୍ରାମବାସୀ

0

କଲମପୁର : ୨୦୧୭ ଜୁଲାଇ ୧୪ ତାରିଖରୁ ଲାଗାଣ ବର୍ଷା ଦ୍ୱାରା ଥୁଆମୁଳ ରାମପୁର ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହେଇଥିଲା। ପାହାଡର ପଥର ଧସି ଅନେକଙ୍କ ଘର ସମେତ ଚାଷ ଜମି ଓ ରାସ୍ତା ଉପରେ ମାଡିଯାଇଥିଲା। ବହୁ ରାସ୍ତା ଓ ପୋଲ ଭାଙ୍ଗି ଯୋଗାଯୋଗ ବିଛିନ୍ନ ହୋଇଥିଲା। ବନ୍ୟା ପରବର୍ତ୍ତି ଦୁର୍ଦ୍ଦଶା ଦେଖିବା ପାଇଁ ନେତା ଓ ପ୍ରଶାସକଙ୍କ ସୁଅ ଛୁଟିଥିଲା। ବନ୍ୟା କ୍ଲିଷ୍ଟଙ୍କ ଦୁଃଖ ଦୂର କରିବା ପାଇଁ ଅନେକ ପ୍ରତିଶୃତି ମିଳିଥିଲା। କିନ୍ତୁ ବନ୍ୟାର ଦୀର୍ଘ ୧୫ ମାସ ବିତି ଯାଇଥିଲେ ମଧ୍ୟ ଅବସ୍ଥା ଅପରିବର୍ତନିୟ। ଚାଷୀ ସେମାନଙ୍କ ଚାଷ ଜମିରୁ ମାଟି ପଥର ଉଠାଇନଥିବା ବେଳେ ଚାଷ ସବୁ ପ୍ରଭାବିତ ହେଇଛି। ଯେଉଁ ଚାଷ ଜମିରେ ମକା, ମାଣ୍ଡିଆ, କୋଶଲା,କାଙ୍ଗୁ, କାନ୍ଦୁଲ ଓ ବାଜରା ହେବା କଥା ସେହି ଜମି ମାଟି ଓ ପଥରରେ ପୂର୍ଣ୍ଣ ହୋଇ ଟାଙ୍ଗରା ଭୁଇଁ ପାଲଟିଛି। କେବଳ ଜମି ନୁହେଁ ଦାନ ମାଝି ପାଇଁ ଚର୍ଚ୍ଚିତ ଥିବା ନାକରୁଣ୍ଡି ପଞ୍ଚାୟତକୁ ସଂଯୋଗ କରିଆସୁଥିବା ରାସ୍ତାର ଅନେକ ସ୍ଥଳେ ପୋଲ ଓ ରାସ୍ତା ଭାଙ୍ଗି ଯାଇଥିବାରୁ ଏବେ ମଧ୍ୟ ଅନେକ ଅଞ୍ଚଳ ଅପହଞ୍ଚ ହୋଇ ରହିଯାଇଛି। ଏଭଳି ସ୍ଥିତିରେ ମୋହନଗିରୀ ଗ୍ରାମବାସୀ ନିଜର ଯାତାୟତର ସୁବିଧା ପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲା ପ୍ରଶାସନ ଓ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ବାରମ୍ବାର ଦାବି କରି ନିରାଶ ହୋଇଛନ୍ତି। ଯାହାଫଳରେ ଗ୍ରାମର କୌଣସି ସଙ୍କଟାପନ୍ନ ରୋଗୀ ଅଥବା ପ୍ରସୁତୀ ମହିଳାଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ପାଇଁ ପରିବାର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଗାଁକୁ ମଟରସାଇକଲଟିଏ ଯାତାୟତ କରିବା ପାଇଁ ମଧ୍ୟ ଅସୁବିଧା ହେଉଥିବାରୁ ବାଇକ ଅମ୍ବୁଲାନ୍ସ ପହଞ୍ଚି ପାରୁନଥିବା ଗ୍ରାମବାସୀ ପ୍ରଶାସନ ନିକଟରେ ରାସ୍ତାର ମରାମତି ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ।

Leave A Reply