କେନାଲକୁ ଶୌଚ ହେବାକୁ ଯାଇ ୫ ବର୍ଷିୟ ବାଳକ ନିଖୋଜ

0

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଜନୈକ ୫ ବର୍ଷିୟ ନାଁ ବାଳକ ନିଖୋଜ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡାର ରାମ ଗୌଡଙ୍କ ୫ ବର୍ଷିୟ ପୁଅ ଭଜ ଗୌଡ ଶୁକ୍ରବାର ସନ୍ଧ୍ୟା ୫.୩୦ ବେଳେ ଗାଁ ଦେଇ ଯାଇଥିବା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଶୌଚ ପାଇଁ ଯାଇଥିଲା। ଶୌଚ ସମୟରେ ଶିଶୁଟିର ହଠାତ ଗୋଡ ଖସିଯିବାରୁ କେନାଲ ସ୍ରୋତରେ ପଡିଯାଇ ନିଖୋଜ ହେଇଯାଇଥିବା ପରିବାର ଲୋକ ସୂଚନା ପାଇଥିଲେ। ଏନେଇ ତୁରନ୍ତ କଲମପୁର ପୁଲିସ ଫାଣ୍ଡି ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯିବା ସହିତ ଅଗ୍ନୀଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନୀଶମ ବିଭାଗ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ବାଳକର କୌଣସି ସନ୍ଧାନ ମିଳିପାରି ନଥିଲା। ପ୍ରଶାସନ ତରଫରୁ ବି.ଡି.ଓ ହେମ ସାଗର ଭୋଇଙ୍କ ସମେତ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଦାଇତ୍ୱରେ ଥିବା ଅଧିକାରୀ ମାନେ ଶିଶୁଟିର ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ କେନାଲ ପାଣି ସ୍ରୋତ ତିବ୍ର ଥିବାରୁ କେନାଲର ତଳମୁଣ୍ଡକୁ ଭାସି ଯାଇଥିବା ସନ୍ଦେହ କରାଯାଉଛି। ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ଦକ୍ଷିଣ ମୁଖ୍ୟ କେନାଲର ପାଣିକୁ ନିୟନ୍ତ୍ରଣ କରାଗଲେ ଶିଶୁଟିର ସନ୍ଧାନ ମିଳିବ ବୋଲି ଅନେକ ଆଶା ବ୍ୟକ୍ତ କରିଛନ୍ତି। ଏନେଇ ପ୍ରଶାସନ ତରଫରୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସୂଚନା ମିଳିଛି।

Leave A Reply