ପାଳ ଗଦାରେ ନିଆଁ, ଖଳାରେ ଶୋଇଥିବା ଯୁବକ ଅର୍ଦ୍ଧ ଦଗ୍ଧ

କଲମପୁର :  ଏକ ଖଳାରେ ଶୋଇଥିବା ଅବସ୍ଥାରେ ଜନୈକ ଯୁବକ ନିଆଁରେ ପୋଡି ଗୁରୁତର ଆହତ ହେବା ଭଳି ଅଭାବନୀୟ ଘଟଣା ଏବେ ବଡକୁଟୃ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।
ସୁଚନା ଅନୁସାରେ ମାଟିଆପଡାର ଜନୈକ ଯୁବକ ରିକିରାମ ଲେଞ୍ଜିଆ ଏକ ଖଳାରେ ଶୋଇଥିଲେ । ହଠାତ୍ କୌଣସି କାରଣରୁ ନିକଟରେ ଥିବା ପାଳ ଗଦାରେ ନିଆଁ ଲାଗିଯାଇଥିଲା। ରିକିରାମର ନିଦ ଭାଙ୍ଗିବା ବେଳକୁ ତାର ଗୋଡରୁ ଅଣ୍ଟା ମଧ୍ୟରେ କିଛି ଅଂଶ ପୋଡି ସାରିଥିଲା । ତୁରନ୍ତ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଇଥିଲେ।

Comments are closed.