ହଳ କରୁଥିବା ବେଳେ ବିଦ୍ୟୁତ ତାର ଲାଗି ଚାଷୀ ଓ ବଳଦ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା ସଦର ଥାନା ଅନ୍ତର୍ଗତ ମେଦିନିପୁର ଗାଁରେ ମଙ୍ଗବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ନିଜ ଚାଷ ଜମିରେ ହଳ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ସହ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ନାମ କୈଳାଶ ଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୂ, ଆଜି ସକାଳେ କୈଳାଶ ହଳ ଲଙ୍ଗଳ ନେଇ ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ଓହଳି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ  ତାଙ୍କର ମୃତ୍ୟ ଘଟିବା ସହ ଗୋଟିଏ ବଳଦର ମଧ୍ୟ ମୃତ୍ୟ ହୋଇଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବିଦ୍ୟୁତ ବିଭାଗର ବେପରୁଆ ମାନଭାବ ଯୋଗୁଁ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସ୍ଥାନୀୟଲୋକେ ପ୍ରକାଶ କରିଛନ୍ତି।

 

 

Comments are closed.