କଳାହାଣ୍ଡି ଟ୍ରିପଲ ମର୍ଡର ଘଟଣା; ଅଭିଯୁକ୍ତ ସ୍ୱାମୀ ଗିରଫ

0

କଳାହାଣ୍ଡି : କଲାହାଣ୍ଡି ସଦର ଥାନା ସିଂଝରଣ ଗ୍ରାମରେ ସୋମବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି । ସ୍ତ୍ରୀ ଓ ୨ ଶିଶୁଙ୍କୁ ଗଳାକାଟି ହତ୍ୟା କରାଯାଇଥିବାବେଳେ  ମୃତା ମହିଳାଙ୍କ ସ୍ୱାମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି । ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀକୁ ଗିରଫ କରିବା ସହିତ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛି  

ପୁଲିସ ସୂଚନା ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ତେଣୁ  ସ୍ୱାମୀ ଲିଙ୍ଗ ମାଝୀ ଓ ତାଙ୍କ ସ୍ତ୍ରୀ ବିମଳା ଅଲଗା ରହୁଥିଲେ । ଘଟଣା ଦିନ ରାତିରେ ସ୍ୱାମୀ ଘରକୁ ଆସି ପ୍ରଥମେ ନିଜ ସ୍ତ୍ରୀ ବିମଳାଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦେଇଥିଲେ । ଏହାପରେ ୨ ପୁଅ ଦୁଷ୍ମନ୍ତ ଓ ରବୀନ୍ଦ୍ରଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଛି ।

ସୂଚନାଯୋଗ୍ୟ, ସୋମବାର କଳାହାଣ୍ଡି ସଦର ଥାନା ସିଂଝରଣ ଗ୍ରାମରେ ଏକ ଘରୁ ଦୁଇ ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ରେଳ ଧାରଣାରୁ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା । ଏହା ଏକ ହତ୍ୟା କାଣ୍ଡ ବୋଲି ସନ୍ଦେହ କରି ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରିଥିଲା ।

Leave A Reply