ଖସିଗଲା ମାଓ କମାଣ୍ଡର ନିଖିଲ !

ନୂଆପଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ପରେ ପରେ କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ପୁଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳି ବିନିମୟ ହୋଇଥିଲା।

ସୂଚନା ଅନୁଯାୟୀ କିଛି ଦିନ ହେଲା ଏହି ଅଞ୍ଚଳରେ ସିପିଆଇ ମାଓବାଦୀ କ୍ୟାମ୍ପ କରି ଯୋଜନା କରୁଥିବା ବେଳେ ଏହି କ୍ୟାମ୍ପରେ କେକେବିଏନ୍  ଡିଭିଜନାଲ କମିଟିର ମାଓ କମାଣ୍ଡର ନିଖିଳ, ଦଶରୁ, ଅନୀଲ ଓ ମମତା ଥିବା ନେଇ ଖବର ପାଇ ଏସଓଜି ଓ ଡିଭିଏଫ ପକ୍ଷରୁ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।

ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ବେଳେ ମାଓ କମାଣ୍ଡର ନିଖିଳ, ଦଶରୁ ,ଅନୀଲ ଓ ମମତା ଛତ୍ର ଭଙ୍ଗା ଦେବାଇଥିବା ପୋଲିସ ସୂଚନା ଦେଇଛି। ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ମାଓ ପୁସ୍ତକ, ମାଓ ପୋଷ୍ଟର,ଡେଟୋନେଟର,ଜୀବନ୍ତ ଗୁଳି, ବିପୁଲ ପରିମାଣର ଔଷଧ ସମେତ ଖାଦ୍ୟ ସାମଗ୍ରୀ ଜବତ। ସେପଟେ ଏହି ଗୁଳି ବିନିମୟରେ କେକେବିଏନ୍ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନାଲ କମିଟିର କମାଣ୍ଡର ନିଖିଳ ,ଅନୀଲ ଓ ଦଶରୁ ସମେତ ମମତା ଛତ୍ର ଭଙ୍ଗ ଦେଇଥିବା କଳାହାଣ୍ଡି ଏସପି ସୁଚନା ଦେଇଛନ୍ତି । ଏନେଇ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ରିଜର୍ଭ ପୋଲିସ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଏସପି ଅଭିଳାଷ ଜି, ସିଆରପିଏଫ କମାଣ୍ଡର ବିପ୍ଳବ ସରକାର, ସିଆରପିଏଫ ଅପରେସନହେଡ ପ୍ରଭାତ ବେହେରା ଉପସ୍ଥିତ ଥିଲେ।

Comments are closed.