୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା: ସମର୍ଥନ କରିବ କିନ୍ତୁ ସାମିଲ ହେବନି କଳାହାଣ୍ଡି ଓକିଲ ସଂଘ

ଭବାନୀପାଟଣା: ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ତରଫରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦରେ କଳାହାଣ୍ଡି ଓକିଲ ସଂଘ ସାମିଲ ହେବନାହିଁ ବୋଲି ନିଷ୍ପତ୍ତି ନେଇଛି। କିନ୍ତୁ ପଶ୍ଚିମ ଓଡ଼ିଶା ଓକିଲ ସଂଘର ଦାବିକୁ ସମର୍ଥନ କରି ଜିଲାର ସମସ୍ତ ଓକିଲ ସଂଘ କୋର୍ଟ କାର୍ୟ୍ୟ ବର୍ଜନ କରିବେ ବୋଲି କଳାହାଣ୍ଡି ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ମଙ୍ଗଳବାର କଳାହାଣ୍ଡି ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଭାପତି କହିଛନ୍ତି।

Comments are closed.