ମାଓ ଦମନ ଅଭିଯାନରେ କଳାହାଣ୍ଡି ପୁଲିସକୁ ଆଉ ଏକ ସଫଳତା

କଳାହାଣ୍ଡି : କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଚାଲିଥିବା ମାଓ ଦମନ ଅଭିଯାନରେ ସୋମବାର ପୁଲିସକୁ ଆଉ ଏକ ସଫଳତା ମିଳିଛି। ଏହି କ୍ରମରେ ଏକ ଗୁପ୍ତ ସୂଚନା ଆଧାରରେ ମଦନପୁର ରାମପୁର ଥାନା ଅଞ୍ଚଳରେ ଘନ ମାଝୀ ନାମକ ଜଣେ ମାଓବାଦୀ ମିଲିସିଆକୁ ପୁଲିସ ଗିରଫ କରିଛି। ମିଲିସିଆ ବାରବନ୍ଧା ଜଙ୍ଗଲରେ ଥିବା ମାଓବାଦୀମାନଙ୍କ ପାଇଁ ଗୁପ୍ତରେ ବିସ୍ଫୋରକ ସାମଗ୍ରୀ, ମାଓ ପ୍ରଚାର ପତ୍ରିକା ଓ ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ବେଳେ ପୁଲିସ ହାତରେ ଧରାପଡିଛି। ମିଲିସିଆ ଠାରୁ ଉପରୋକ୍ତ ସାମଗ୍ରୀମାନ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ମଦନପୁର ରାମପୁର ଥାନାରେ ପୁଲିସ ମକଦ୍ଦମା ନମ୍ବର ୪୯/୨୦୨୦ ରୁଜୁ କରି ତଦନ୍ତ ଜାରି ରଖିଛି।

Comments are closed.