କୋଚିଙ୍ଗ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢାଉ

କଳାହାଣ୍ଡି : କଳାହାଣ୍ଡି ଜିଲାର ଭବାନୀପାଟଣାରେ ବୁଧବାର ଓଡ଼ିଶା ଅଗ୍ନିଶମ ବିଭାଗ କୋଚିଙ୍ଗ ସେଣ୍ଟରରେ ଚଢାଉ କରିଛି। ପ୍ରାୟ ୧୦ଟି କୋଚିଙ୍ଗ ସେଣ୍ଟରରେ ଅଗ୍ନିଶମ ବିଭାଗ ଚଢାଉ କରି ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଥିବା ସୂଚନା ମିଳିଛି। ଗୁଜୁରାଟସ୍ଥିତ ସୁରାଟର କୋଚିଙ୍ଗ ସେଣ୍ଟରରେ ମେ ୨୪ରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଓଡ଼ିଶାର ବହୁ ସ୍ଥାନରେ କୋଚିଙ୍ଗ ସେଣ୍ଟର ଗୁଡ଼ିକରେ ଯାଞ୍ଚ କରାଯାଉଛି।

Comments are closed.