ପୁଣି ମାଓ ପୋଷ୍ଟର, ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଡେସ୍କ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କଳାହାଣ୍ଡି ଜିଲ୍ଲାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଜିଲ୍ଲାର ମ. ରାମପୁର ଥାନା ଅଂଚଳରେ ଏହି ମାଓ ପୋଷ୍ଟର ଲାଗିଛି। ମ. ରାମପୁରରୁ ରିଶିଡ଼ା ଯାଇଥିବା ପୂର୍ତ ବିଭାଗ ମୁଖ୍ୟ ରାସ୍ତାର ନୁନପୁର ଛକ ନିକଟରେ ଏହି ମାଓ ପୋଷ୍ଟର ଲାଗିଛି।

ସେହି ମାଓ ପୋଷ୍ଟରରେ ଶ୍ରୀ ଏଜୁକେସନ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିକି କାହାରି ଆଗରେ ଏ ବିଷୟରେ କହିଲେ ସେମାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଉଛି। ରାଜ୍ୟ ସରକାର ୧୦ ଦିନ ଭିତରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ୍‍ ଆମେ ପଦକ୍ଷେପ ନେବୁ ଏବଂ ଜଣାଇଦେବୁ ଯେ ସେମାନେ କି ଭୁଲ୍‍ କରିଛନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି। ଝିଅମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଏହି ପୋଷ୍ଟରରେ ଲେଖା ରହିଛି। ମାଓ ପୋଷ୍ଟରକୁ ନେଇ ସେହି ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।

Comments are closed.