ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ଭବାନୀପାଟଣା : କଳାହାଣ୍ଡିରେ ଧାନ ଉଠାଣକୁ ନେଇ ବିଳମ୍ବ ଯୋଗୁଁ ଚାଷୀମାନେ ଗୁରୁବାର କୋକସରା ବ୍ଲକ ଆମପାଣି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କେତେବେଳେ ଟାର୍ଗେଟ ନାହିଁ ତ କେତେବେଳେ ଚାଷୀଙ୍କ ଟୋକନ ଅନଲାଇନରେ ପଞ୍ଜିକରଣ ପରେ ବି ଆସୁନାହିଁ, ପୁଣି ମିଳିଥିବା ଟୋକାନ ଟାର୍ଗେଟ ନ ଥିବାରୁ ଲେପସ ହୋଇ ଯାଉଛି, ଅନ୍ୟପଟେ ଯୋଗାଣ ବିଭାଗର ଦୋ ମୁହାଁ ନୀତି ଯୋଗୁଁ ଆଜି ଯାଏ ମଣ୍ଡିରେ ବିକ୍ରି ନ ହୋଇ ଚାଷୀଙ୍କ ଧାନ ପଡ଼ି ରହିଛି । ଧାନ ଉଠାଣକୁ ନେଇ ବିଳମ୍ବ ଯୋଗୁଁ ଚାଷୀମାନେ ଆଜି ଆମପାଣି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟଯୋଶୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି।

Comments are closed.