ନର୍ଲାରେ ଅନାଥ ଶିଶୁଙ୍କ ସର୍ବେକ୍ଷଣ ଅନୁଷ୍ଠିତ

ନର୍ଲା: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ସୁରକ୍ଷା ବିଭାଗର ନିଷ୍ପତି ଅନୁଯାୟୀ ତଥା କଳାହାଣ୍ଡି ଜିଲ୍ଲାପାଳଙ୍କ ସ୍ବିକୃତୀ କ୍ରମେ ନର୍ଲା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନର୍ଲା ବ୍ଲକ ସ୍ତରୀୟ ଅନାଥ ଶିଶୁ ସର୍ବେକ୍ଷଣ ଅନୁଷ୍ଠିତ ହୋଇଛି । ନର୍ଲା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଦିପ୍ତି ମାର୍ଗାରେଟ୍ ଖଣ୍ଡପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସର୍ବେକ୍ଷଣ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଜିଲ୍ଲା ଶିଶୁମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ୟୁନିଟର ମିଳିତରେ ଏହି ସର୍ବେକ୍ଷଣରେ ୪୨ ଜଣ ବାଳକ ଓ ୩୩ଜଣ ଅନାଥ ବାଳିକା ଉପସ୍ଥିତ ଥିଲେ । ଶିଶୁ ମଙ୍ଗଳ କମିଟିର ସଦସ୍ୟା ସ୍ବର୍ଣ୍ଣଲତା ମହାନ୍ତି ୟୁନିଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ । ଅନାଥମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏହି ନିତୀରେ ଆଗକୁ ସେମାନଙ୍କୁ ଥଇଥାନ କରାଯିବାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Comments are closed.