ମୁଖିଗୁଡ଼ା ଏୟାରଟେଲ୍ ଟାୱାର ତଳୁ ନିଖୋଜ ଜି.ଏମଙ୍କ ମୃତଦେହ ଉଦ୍ଧାର

ମୁଖିଗୁଡ଼ା: କଳାହାଣ୍ଡି ଜିଲ୍ଳା ମୁଖିଗୁଡ଼ା ସ୍ଥିତ ଡ଼ାକ ବଙ୍ଗଳା ପଛରେ ଥିବା ଏୟାରଟେଲ ଟାୱାର ପରିସରରୁ ମୁଖିଗୁଡ଼ାରେ ଓଡ଼ିଶା ଜଳ ବିଦ୍ୟୁତ ନିଗମର କାର୍ୟ୍ୟରତ ଜି.ଏମ୍. ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଅପରାହ୍ନରେ ମୁଖିଗୁଡ଼ା ର ଡ଼ାକ ବଙ୍ଗଲା ନିକଟ ଓ ଫାଣ୍ଡିରୁ ୪୦୦ ମିଟର ଦୂରେଥିବା ଏକ ଏୟାଟେଲ୍ ଟାୱାର ପରିସରରେ ଏକ ମୃତ ଦେହ ପଡ଼ିଥିବାର ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଲାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ୧୭ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ କଳାହାଣ୍ଡି ଜିଲ୍ଳାର ମୁଖିଗୁଡ଼ା ଠାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ନିଗମରେ କାର୍ୟ୍ୟରତ ମହା ପ୍ରବନ୍ଧକ ନାରାୟଣ ପ୍ରସାଦ ମେହେର ଓ.ଏଚ୍.ପି.ସି. କାର୍ୟ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତାଙ୍କ ମୋବାଇଲକୁ କଲ କଲେ ରିଙ୍ଗ୍ ହେଉଥିଲା କୌଣସି ଉତ୍ତର ନ ମିଳିବାରୁ ଜି.ଏମ୍.ଙ୍କ ପତ୍ନୀ ଶ୍ରୀ ମେହେରଙ୍କ ନିଖୋଜ ସମ୍ପର୍କରେ ମୁଖିଗୁଡ଼ା ଫାଣ୍ଡିରେ ସୂଚନା ଦେଇଥିଲେ।

Comments are closed.