ମହିଳାଙ୍କ ସୁନା ନାକ ଫୁଲ ଝାମ୍ପି ନେଇ ମାଡ଼ ଖାଇଲେ ୩ ଯୁବକ

ମୁଖୀଗୁଡା ; ମହିଳାଙ୍କ ସୁନା ନାକଫୁଲ ଝାମ୍ପି ନେଇ ୩ ଯୁବକ ଗ୍ରାମ ବାସୀ ଙ୍କ ଠାରୁ ମାଡ ଖାଈବାପରେ ପୁଲିସ  ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତ କାଲି ସକାଳ ପ୍ରାୟ ୮ଟା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ସୁନାମାଲ ଗ୍ରାମର ନବିନା ଦିଆରୀ ପରିବା ବିକ୍ରି କରି ତୋଟାପଡା ରୁ ନିଜ ଗ୍ରାମକୁ ଫେରିବାବେଳେ ୩ଯୁବକ ତାଙ୍କ ସୁନା ନାକଫୁଲ ଝାମ୍ପି ନେଇଯାଇଥିଲେ । କିଛିସମୟପରେ ତିନି ଯୁବକ ତୋଟାପଡା ରେ ଥିବା ବେଳେ ସ୍ଥାନୀୟ ଲୋକମାନେ ନାକଫୁଲ ଝାମ୍ପି ନେବା ଘଟଣା ରେ ସେମାନେ ସଂପୃକ୍ତ ଥିବା ଜାଣିବା ପରେ ନିସ୍ତୁକ ମାଡ଼ ମାରି ପୁଲିସକୁ ଖବରଦେଇ ଥିଲେ। ଜୟପାଟଣା ପୋଲିସ ପହଂଚିବା ପରେ ସେମାନଙ୍କୁ ଜିମା ଦିଆ ଯାଇଥିଲା। ଜୟପାଟଣା ଥାନାରେ କେଶ ନମ୍ବର ୨୪୪ ରେ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଜୟପାଟଣା ବ୍ଲକ ବାନେର ଗ୍ରାମର ମଳୟ ଛତ୍ରୀଆ (୨୭) ,ଛତାପଦର ଗ୍ରାମ ର ରାହୁଲ ନାଗ (୨୩) ଏବଂ ଜୁନାଗଡ଼ ବ୍ଲକ ର ବଲଦିଆମାଲ
ଗ୍ରାମ ର ଅଭୟ ବେହେରା(୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ବ୍ୟବହାର କରି ଥିବା ବାଇକ ଜବତକରା ଯାଇଛି ।

Comments are closed.