ସପ୍ତମ ଦିନରେ ଲକ୍‍ଡାଉନ୍‍ – ଗାଁକୁ ପ୍ରବେଶ ନିଷେଧ

ଲାଞ୍ଜିଗଡ: ସପ୍ତମ ଦିନର ଆଜି ପହଞ୍ଚିଛି ଲକ୍‍ଡାଉନ୍‍। ଆଜି ବି ସାରା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଲକ୍‍ଡାଉନ୍‍ ନିୟମ କଡାକଡି ହୋଇଛି। ବିଭିନ୍ନ ଅଞ୍ଚଳରେ ବାଉଁଶ ବାଡ ବାନ୍ଧି ବାହାର ଲୋକଙ୍କୁ ଗାଁକୁ ପ୍ରବେଶ ନିଷେଧ କରାଯାଇଛି। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏହି ନାରା ଦିଲ୍ଲୀରୁ ପଲ୍ଲି ପର୍ଯ୍ୟନ୍ତ ଲମ୍ବିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ମେଡିକାଲ ଟିମ୍‍, ସ୍ୱେଚ୍ଛାସେବୀ ସଂସ୍ଥା ଓ ଯୁବଗୋଷ୍ଠିମାନେ ସଚେତନତା ସୃଷ୍ଟି କରାଉଛନ୍ତି। ବିଭିନ୍ନ ପଞ୍ଚାୟତରେ ତିନିମାସର ପିଡିଏସ୍‍ ସାମଗ୍ରୀ ବଣ୍ଟନ ମଧ୍ୟ ଚାଲିଛି। ଲାଞ୍ଜିଗଡ ମେଡିକାଲର ଏମ୍‍ଏସ୍‍ୟୁ ଟିମ୍‍ ଡାକ୍ତର ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଆଶାଲତା ସାହୁ,ପ୍ରଗତି ରାଉତ,ଖଗେଶ୍ୱର ରାଉତ, ଅଶ୍ୱିନି ବେସରା ଓ କାଳିଆ ସାହୁ ପ୍ରମୁଖ ଗୋପିନାଥପୁର,ଯୋଡାବନ୍ଧ, ନିଆଳି,ବେଲମ୍ବା,ବସନ୍ତପଡା, ବାତେଲିମା,ସନ୍ଧିବାହାଲି, ଜଗନ୍ନାଥପୁର ଓ ପ୍ରତାପପୁର ଗାଁକୁ ଯାଇ ହାତଧୋଇବା ଓ କରୋନା ଦାଉରୁ କିପରି ମୁକ୍ତି ମିଳିବ ସେ ଉପରେ ସଚେତନତା କରିବା ସହ ସାବୁନ ବଣ୍ଟନ କରିଥିଲେ। ଅଙ୍ଗନବାଡି ୱାର୍କର,ଆଶାକର୍ମି,ସ୍ୱାସ୍ଥ୍ୟକର୍ମି ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ଥିଲେ।

ସେହିଭଳି ଲାଞ୍ଜିଗଡର ହାଇସ୍କୁଲ ଛକ ଠାରେ ଯୁବ ସମସଜସେବି ବାବୁ ଜେନାଙ୍କ ନେତୃତ୍ୱରେ ସନାତନ ନାୟକ ସୋସିଆଲ ଏକ୍ଟିଭିଟ ଲାଞ୍ଜିଗଡର କିଛି ସଦସ୍ୟ ଫ୍ଲାଗକାର୍ଡ ଧରି ହାତ ଧୁଅନ୍ତୁ,ଘରେ ରୁହନ୍ତୁ,ସାମାଜିକ ଦୁରତା ରକ୍ଷା କରନ୍ତୁ ବୋଲି ନାରାବାଜି କରି ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ। ସେହିଭଳି ଲାଞ୍ଜିଗଡ ପୁଲିସ ପ୍ରଶାସନ ପକ୍ଷରୁ ଆଇଆଇସି ସତ୍ୟାନନ୍ଦ ପାତ୍ର,ଏସ୍‍ଆଇ ବିପିନ କୁମାର କୁଲଦିପ ଓ ଏସଓଜି ଜବାନ ମାନେ ଲାଞ୍ଜିଗଡ ସହରରେ ପେଟ୍ରୋଲିଙ୍ଗ କରି ଆଇନ ଉଲଙ୍ଗନ କାରି ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଞ୍ଚଳବାସିଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ମାଜିଷ୍ଟେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁ,ବିଶ୍ୱନାଥପୁର ଆଇଆଇସି ରୁନୁ ମାଝୀ ପ୍ରମୁଖ ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ବିଜେପୁର, ମାଳିଯୁବାଙ୍ଗ, କଳାକୁପା, ଲାଖବାହାଲି, ପାହାଡପଦର ଓ ବନ୍ଧପାରୀ ଏଭଳି ବିଭିନ୍ନ ପଞ୍ଚାୟତ ଗସ୍ତକରି କରୋନା ମୁକାବିଲାର ସ୍ଥିତି ପରଖିଥିଲେ।

Comments are closed.