ଇଟା ଭାଟିରେ ବନ୍ଧା ପଡିଛନ୍ତି ଦାଦନ ଶ୍ରମିକ

ମୁଖୀଗୁଡା: ଇଟା ଭାଟିରେ ବନ୍ଧା ପଡିଛନ୍ତି ଦାଦନ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୟପାଟଣା ଥାନାର ଦ୍ୱାରସ୍ତ ହେଲେ ପରିବାର ଲୋକ । ଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଳାରୁ । ଇଟା ଭାଟିରେ କାମ କରିବାକୁ ଯାଇ ଉପଯୁକ୍ତ ପାରିଶ୍ରମିକ ପାଇବା ବଦଳରେ ଶ୍ରମିକ ମାନେ ଶାରୀରିକ ଏବଂ ମାନସିକ ନିର୍ୟାତନାର ଶିକାର ହେଉଛନ୍ତି । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ମଙ୍ଗଳପୁର ପଞ୍ଚାୟତ ରାଣୀବାହ।ଲ ଗାଁର ନୀଲାମ୍ବର ଶବର, ନେପୁରୀ ମାଝୀ, ଦେବରାଜ ମାଝୀ ଓ ଅନ୍ୟମାନେ ତେଲେଙ୍ଗାନାର ତାଡାପାଳି ଗାଁର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲା । ହେଲେ ସେଠାରେ ସେମାନଙ୍କୁ ଚୁକ୍ତି ମୁତାବକ ଟଙ୍କା ନ ଦିଆଯାଇ ସପ୍ତାହକୁ ତିନିସହ ଟଙ୍କା ଦିଆଯାଇଥିଲା । ପରେ ପାରିଶ୍ରମିକ ମାଗିବାରୁ ସେମାନଙ୍କୁ ବନ୍ଦୀ ଭାବରେ ରଖାଯାଇ ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୟପାଟଣା ଥାନାର ଦ୍ୱାରସ୍ତ ହୋଇଛନ୍ତି ।

Comments are closed.