କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ବେଳେ ୪୪ ପୋଢ ଉଦ୍ଧାର, ୧୧ଟି ପିକ୍‌ଅପ୍‌ ଭ୍ୟାନ ସହ ୧୬ ଗିରଫ

କଲ୍ୟାଣସିଂହପୁର : କଳାହାଣ୍ଡି ଜିଲାରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ପୋଢ ଚୋର ଚାଲାଣ ବେଳେ ୪୪ ପୋଢ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ପୁଲିସ ପୋଢ ଚାଲାଣ କରାଯାଇଥିବା ୧୧ଟି ପିକ୍‌ଅପ୍‌ ଭ୍ୟାନ ସହ ୧୭ଜଣଙ୍କୁ ଗିରଫ କରିଛି ।

ସୂଚନାଅନୁସାରେ ପୋଢ ଚୋରା ଚାଲାଣ ହେଉଥିବା ରାୟଗଡା ଜିଲା କଲ୍ୟାଣସିଂହପୁର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଧାମୁଣିପଙ୍ଗା ଗ୍ରାମ ନିକଟରୁ ୬ଟି ଭ୍ୟାନ୍ ଓ ସାଇନଗର ଗ୍ରାମ ନିକଟରୁ ୫ଟି ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ୪୪ ଟି ପୋଢଙ୍କୁ ଉଦ୍ଧାର କରିଥିଲା । ଚାଲାଣ ହେଉଥିବା ୪୪ଟି ପୋଢର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କାର ବୋଲି ଜଣା ପଡ଼ିଛି । ତେବେ ଦୀର୍ଘଦିନ ଧରି ଏପରି ଚୋରା ଚାଲାଣ ହେଉଥିବା ପୁଲିସ ଅନୁମାନ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ଗିରଫ ୧୭ଜଣ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି ବୋଲି ଜଣାପଡିଛି।

Comments are closed.