ଅଜଣା ରୋଗରେ ବଢୁଛି ପେଟ; ସରକାରଙ୍କ ସହାୟତା ଅପେକ୍ଷାରେ ଗାୟତ୍ରୀ

ରୋଗ ପାଇଁ ସ୍ବାମୀ ପର କରିଦେଲେ। ଗୋଟିଏ ପଟେ ମାନସିକ ଦୁଶ୍ଚିନ୍ତା, ଅନ୍ୟପଟେ ଶରୀରର ଅସହ୍ୟ ଯନ୍ତ୍ରଣା ତାଙ୍କୁ ରୋଗ ଶଯ୍ୟାରେ କଲବଲ କରୁଛି। ଅର୍ଥାଭାବ ଯୋଗୁ ନିଜର ଚିକିତ୍ସା ମଧ୍ୟ କରାଇପାରୁନାହାଁନ୍ତି। ଯନ୍ତ୍ରଣାରୁ ଉପଶମ ପାଇଁ ଏବେ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଗାୟତ୍ରୀ।

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଦାଦପୁର ଗାଁ ୩୬ ବର୍ଷୀୟ ଗାୟତ୍ରୀ ଦୋରା। ୧୯ ବର୍ଷ ବୟସରେ ଗାୟତ୍ରୀ ବିବାହ କରିଥିଲେ ହେଲେ ରୋଗ ପାଇଁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଗାୟତ୍ରୀ ଏବେ ବାପ ଘରେ ଆଶ୍ରିତ ହୋଇଛି। ଗୋଟିଏ ପଟେ ମାନସିକ ଦୁଶ୍ଚିନ୍ତା ଓ ଅନ୍ୟପଟେ ଶରୀରର ଅସହ୍ୟ ଯନ୍ତ୍ରଣା ଯାହା ତାଙ୍କୁ ଶଯ୍ୟାରେ କଲବଲ ହେଉଛନ୍ତି। ଏବେ ପରିବାର କହିଲେ ଗାୟତ୍ରୀଙ୍କ ସହ ବୁଢା ବାପା ଓ ଭାଇ। ଦିନମଜୁରିଆ ଭାବେ କାମ କରୁଥିବା ବୁଢା ବାପାର ରୋଜଗାରରେ ପରିବାର ଚଳେ। ଆଉ ଏସବୁ ଭିତରେ ଗାୟତ୍ରୀର ଦୁଃଖ ସତେ ଯେମିତି ବୋଝ ଉପରେ ନଳିତା ବିଡା। ୩ ବର୍ଷ ହେବ ଗାୟତ୍ରୀ ଏକ ଅଜଣା ରୋଗରେ ଆକ୍ରାନ୍ତ। ଯାହା ଫଳରେ ପେଟ ଅସ୍ବାଭାବିକ ଭାବେ ବଢିବାରେ ଲାଗିଲା। ବିଷମକଟକ ମିଶନାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି। ହେଲେ ଅର୍ଥାଭାବ ଗାୟତ୍ରୀର ଚିକିତ୍ସା ପାଇଁ ବାଧକ ସାଜିଛି। ପରିବାରଲୋକ ଓ ଗାଁର କିଛି ସମାଜସେବୀଗାୟତ୍ରୀଙ୍କ ଚିକିତ୍ସା ପାଇଁ ସରକାର ତରଫରୁ ସହାୟତା ଦାବି କରିଛନ୍ତି।

Comments are closed.