କଳାହାଣ୍ଡି ଡେପୁଟି କଲେକ୍ଟର ଅନୀଶା ଦାସ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ୍‌ ଅନୀଶା ଦାସଙ୍କୁ ନିଲମ୍ବିନ କରାଯାଇଛି। ଏଥିନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ନ ଯିବା ପାଇଁ ଅନୀଶାଙ୍କୁ ନିର୍ଦେଶ ଦିଆଯାଇଛି। ଏବେ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ଅନୀଶା କାର୍ଯ୍ୟ କରୁଛନ୍ତି, ପୂର୍ବରୁ ସେ ବେତନଟି ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।
ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଡେପୁଟି କଲେକ୍ଟର ଅନୀଶା ଦାସଙ୍କୁ କିଛିଦିନ ମୟୁରଭଞ୍ଜ ଜିଲ୍ଲା ବେତନଟୀରୁ କଳାହାଣ୍ଡିକୁ ବଦଳି କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଭିତରେ ଖଣି ମାଫିଆଙ୍କ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ଆସିବାରୁ ତାଙ୍କୁ ରାତିଅଧିଆ ବଦଳି କରାଯାଇଥିଲା। ଅନୀଶା ଦାସ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ମୋରମ ଟ୍ରକକୁ ଛାଡ଼ିବା ନେଇ ତାଙ୍କର ଏକ ଅଡ଼ିଓ କ୍ଲିପ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Comments are closed.