କୋଭିଡ୍‌ ଲକ୍‌ଡାଉନ୍‌ ପରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଭବାନୀପାଟଣା – କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଡକ୍ଟର ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଓ ସୁଶାନ୍ତ କୁମାର ପଟେଲ, ପିଡି, ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୫୩ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୨ ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୧ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୭ ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କର୍ଲାମୁଣ୍ଡା ବ୍ଲକର ଗଜବହାଲ ଅଞ୍ଚଳର ଆନନ୍ଦିନି ସୁନାଙ୍କ ୯ ବର୍ଷର ଝିଅ ର ମେଡିକାଲ ସହାୟତା (ପ୍ଲାଷ୍ଟିକ ସର୍ଜରୀ)ପାଇଁ ୫୦୦୦ ଟଙ୍କା ଅନୁମୋଦନ କରାଗଲା ।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ କେତେ କେଶ୍ ବାକି ଅଛି।ତାହା କାହିଁକି ସମାଧାନ ହୋଇପାରିନାହିଁ ଓ କେତେ ଦିନ ମଧ୍ୟରେ ସମାଧାନ ହେବ ଏହା ଉପରେ ପୁଙ୍ଖାନୁପୁଙ୍ଖ ସମିକ୍ଷା କରିଥିଲେ । ସମସ୍ତ ଅଭିଯୋଗ ର ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ସୋମବାର ଜନଶୁଣାଣୀ ପୂର୍ବରୁ ଏଭଳି ସମୀକ୍ଷା କରିବେ ବୋଲି ପ୍ରକାଶ କରିଥିଲେ ।ଏହି ଜନ ଶୁଣାଣି ଶିବିର ମାସର ପ୍ରତ୍ୟେକ ସୋମବାର ହେବା ଏବଂ ଆସନ୍ତା ଶିବିର ନର୍ଲା ବ୍ଲକରେ ଅନୁଷ୍ଠିତ ହେବ।
ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସି ଡ଼ି ଏମ ଓ, ସି ଏସ ଓ, ଡି ପି ଓ, ଡି ଡି , ଡିପିଏମ ୟୁ, ଡି ଏସ୍ ଦବ୍ଲୁ ଓ, ଡି ଡବ୍ଲୁ ଓ,ପି ଡି ଜଳଛାୟା, ଇ ଈ , ଟି ପି ଡବ୍ଲୁ ଓ ଡି ଏଲ୍,ପି ଏ, ଆଇ ଟି ଡି ଏ, ଆର୍ ଟି ଓ, ସି ଡ଼ି ଏ ଓ, ସି ଡ଼ି ଭି ଓ,ସି ଡ଼ି ଏ ଓ, ଡି ଆଇ ପି ଆର୍ ଓ, ଅବକାରୀ ଅଧିକ୍ଷକ, ଡି ଏସ୍ ଓ, ଇ ଈ,ମେଗାଲିଫ୍ଟ, ଇ ଈ , ଇରିଗେସନ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ବିଜୟ ଦ୍ୱିବେଦୀ

Comments are closed.