ଲଘୁ ବନଜାତ ଦ୍ରବ୍ୟ ‘ଟୋଲ୍’ ର ଅଭାବି ବିକ୍ରି

ଭବାନୀପାଟଣା : ଲଘୁ ବନଜାତ ଦ୍ରବ୍ୟ ଟୋଲ୍ ର ଅଭାବି ବିକ୍ରି ହେଉଥିବା ଦେଖାଯାଉଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦେଦର,ବାଞ୍ଜିବାହାଲ, କଟିଗପଦର, ଦୁଣ୍ଡେଲମାଲ, ମୁକୁନ୍ଦପୁର, ଜିଲିଙ୍ଗଦର ଆଦି ଅନେକ ସ୍ଥାନରେ ଲୋକେ ମହୁଲ ଫୁଲ ଗୋଟେଇ ସାରି ଏବେ ଟୋଲ (ମହୁଲ ଫଳ) ସଂଗ୍ରହ କରିବା ସହିତ ତାକୁ ବିକ୍ରି କରିବା ପାଇଁ ପ୍ରସ୍ତୁତ କରୁଛନ୍ତି ।ତେବେ ସରକାରୀ ସ୍ତରରେ ବିକ୍ରି କରିବା ପାଇଁ କୌଣସି ସୁବିଧା ନ ଥିବାରୁ ଏହାକୁ ଦଲାଲ ପାଖରେ କମ ମୂଲ୍ୟରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି ଲୋକେ । ତେଣୁ ଲଘୁବନଜାତ ସାମଗ୍ରୀର କିଣାବିକାକୁ ସରକାର କିଛି ନିର୍ଦ୍ଦିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ କ୍ରୟର ବ୍ୟବସ୍ଥା କରି ଥିଲେ ହେଁ ଠିକ ଭାବରେ ପରିଚାଳନା ହୋଇପାରୁ ନାହିଁ। ସଠିକ ଭାବରେ ପରିଚାଳନା କରିବା ସହ ଟୋଲ୍ ର ଉଚିତ ମୂଲ୍ୟ ଦେବାକୁ ଲୋକେ ଦାବି କରିଛନ୍ତି ।

Comments are closed.