କଳାହାଣ୍ଡି ଜିଲା ପୁଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଭବାନୀପାଟଣା: କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଶନିବାର ମେଦିନୀପୁର ପଞ୍ଚାୟତ ଅଫିସ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ’ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ, ଏସ. ଆଇ. ବ୍ରଜକିଶୋର ଦୁରିଆ, ଥାନା କର୍ମଚାରୀ, ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କରୋନା କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସ୍ଥାନୀୟ ସମାଜସେବୀ ଆଦିତ୍ୟ ସା, ବିରଞ୍ଚି ରଥ, ଛନ୍ଦାଚରଣ ରଥ, ବିଶାଲ ପଟ୍ଟନାୟକ, ଦେବେନ୍ଦ୍ର ସାହୁ, ସଞ୍ଜୀବ ପଟ୍ଟନାୟକ, ମୋତିଲାଲ ସିଂ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାତା ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସାନିଟାଇଜ କରାଯାଇ ମାସ୍କ ବଣ୍ଟନ କରାଯାଇଥିଲା।

Comments are closed.