ଖଟିଆରେ ବୁହାହେଲେ ପ୍ରସୂତି

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୋକୁଳେଶ୍ୱର ପଞ୍ଚାୟତ ବିଶୁଡି ଗ୍ରାମର ଜଣେ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଖବରଅନୁସାରେ ବିଶୁଡି ଗ୍ରାମର କ୍ଷିରସିନ୍ଧୁ ଗୌଡଙ୍କ ସ୍ତ୍ରୀ ଡଲି ଗୌଡ(୩୩) ନାମକ ପ୍ରସୂତି ମହିଳା ଓ ତାଙ୍କର ନବଜାତ ଶିଶୁକୁ ପରିବାର ସଦସ୍ୟ ମାନେ ଖଟିଆରେ ୫କିଲୋମିଟର ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାସ୍ତକୁଡି ଚିକିତ୍ସାଳୟକୁ ନେଇଥିଲେ। ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା।

Leave A Reply