ପଣ୍ଡକୁଲ ଅନାଥାଶ୍ରମ ମୃତ୍ୟୁ ମାମଲା ; ଆଶ୍ରମ ପରିଚାଳକ ଗିରଫ

ଧର୍ମଗଡ଼ : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ପଣ୍ଡକୁଲ ଅନାଥାଶ୍ରମର ଜନୈକା ନାବାଳିକା ମୃତ୍ୟୁ ମାମଲାରେ ପୁଲିସ ଦେଢ଼ମାସ ପରେ ଆଶ୍ରମ ପରିଚାଳକକୁ ଗିରଫ କରିଛି । ପରିଚାଳକଙ୍କ ନାମ ମହିରାଜ ପାଣିଗ୍ରାହୀ ଓ ତାଙ୍କ ଘର ପଣ୍ଡକୁଲ ବୋଲି ଜଣାପଡିଛି । ନିଜ ଦାୟିତ୍ୱରେ ଅବହେଳା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସରୁ ମିଳିଥିବା ସୁଚନାନୁଯାୟୀ ଗତ ଜୁନ ମାସ ୨୬ ତାରିଖରେ ଏକ ଆଶ୍ରମରେ ରହୁଥିବା ଜଣେ ଅନ୍ତେବାସିନୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏହାକୁ ଆଶ୍ରମ ପକ୍ଷରୁ ଆତ୍ମହତ୍ୟା ବୋଲି କହିଥିବାବେଳେ ପରିବାର ପକ୍ଷରୁ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ହୋଇଥିଲା । ଶବବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ବୋଲି ଉଲ୍ଲେଖ ଥିବାବେଳେ ପରିଚାଳକଙ୍କ ଅବହେଳା ଯୋଗୁଁ ଜଣେ ୧୩ବର୍ଷର କୋମଳମତି ବାପଛେଉଣ୍ଡ ବାଳିକା ଟି ଆତ୍ମହତ୍ୟା କଲା ବୋଲି ପୁଲିସ କହିଛି ।

Comments are closed.