କୋକସରାରେ ଡ଼େଙ୍ଗୁ ଆତଙ୍କ, ରୋଗୀ ସଂଖ୍ୟା ୩୫କୁ ବୃଦ୍ଧି

0

କଳାହାଣ୍ଡି: କୋକସରା ବ୍ଲକ୍‍ ଲଡ଼ୁଗାଁରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ୨୩ ଜଣ ଡେଙ୍ଗୁ ରୋଗୀ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ବେସରକାରୀ ଭାବରେ ୧୨ ଜଣ ଜିଲା ବାହାରେ ଥିବା ଚିକିତ୍ସାଳରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡ଼େଙ୍ଗୁ ରୋଗୀ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି। ଲଡ଼ୁଗାଁରେ ପହଞ୍ôଚ ଡ଼ାକ୍ତରୀ ଦଳ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ଆହୁରି ଅଧିକ ଲୋକ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ଜାରି ରହିଛି। ରକ୍ତ ନମୁନା ସବୁ କଳାହାଣ୍ଡି ଓ ବଲାଙ୍ଗିର ମେଡ଼ିକାଲକୁ ପରୀକ୍ଷା ପାଇଁ ପଠାଯାଉଛି। ଏହି ଗ୍ରାମରେ ଆହୁରି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

Leave A Reply