ମାନସିକ ବିକୃତଙ୍କୁ ସାହା ହେବ କିଏ

ଭବାନୀପାଟଣା : ମାନସିକ ବିକୃତ ମଣିଷଙ୍କ ଥଇଥାନ ପାଇଁ ରହିଛି ଅନେକ ସରକାରୀ ଯୋଜନା । କିନ୍ତୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ବୁଲୁଥିବା ଅପରିଚିତ ଅନ୍ତସତ୍ଵା ମାନସିକ ବିକୃତ ଗର୍ଭବତୀ ମହିଳାଙ୍କୁ ଦେଖିଲେ ବେଶ ବୁଝାପଡ଼େ ଆମ ସାମାଜିକ ଦାଇତ୍ୱବୋଧ ଓ ସରକାରୀ ଯୋଜନା ସବୁ ବାଟବଣା ହୋଇପଡିଛି । ଠିକଣା ହୀନ ମଣିଷ ତା ସହ ମାନସିକ ବିକୃତ କିନ୍ତୁ ସେ ଗର୍ଭବତୀ । ସୁସ୍ଥ ସମାଜର ଏହି ଦୁସ୍ଥ ଚିତ୍ର ସାମ୍ନାକୁ ଆସିବା ପରେ ମାନବିକତା ଉପରେ ବି ସୃଷ୍ଟି ହୁଏ । ଏହି ମାନସିକ ବିକୃତ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯତ୍ନ ଓ ସର୍ବୋପରି ପୃଷ୍ଟିକର ଖାଦ୍ୟର ଆବଶ୍ୟକ ଥିବାବେଳେ ମଧ୍ୟ କହାରା ନଜର ପଡୁନି ।

Comments are closed.