କଳାହାଣ୍ଡିରେ ଅସହ୍ୟ ତାତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ତାତି। ପ୍ରବଳ ଗ୍ରୀଷ୍ମପ୍ରବାହ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ମାର୍ଚ୍ଚ ମାସରୁ ହିଁ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଏବେ ପୁଣି ଥରେ ସକାଳ ୧୧ଟାରୁ ଦିନ ୫ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ସହରର ତାପମାତ୍ରା ଏବେ ୪୪ ଡିଗ୍ରୀରୁ ଅଧିକ। ଫଳରେ ରାସ୍ତା ଘାଟ ଶୂନଶାନ ହୋଇ ଯାଉଛି। ଘରୁ ବାହାରିବା ଏକରକମ ମୁସକିଲ ହୋଇପଡୁଛି। ଜରୁରୀ କାମ ଥିଲେ ହେଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି।
ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଦେଉଛି। ଏସବୁ ଭିତରେ ସମସ୍ତ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ।

Comments are closed.