କଳାହାଣ୍ଡିରେ ପହଞ୍ଚିଲେ ୧୪୦୦ ପ୍ରବାସୀ ଶ୍ରମିକ

ଭବାନୀପାଟଣା : ଗୋଆରୁ କଳାହାଣ୍ଡି ପହଞ୍ଚିଲେ ପ୍ରବାସୀ ଶ୍ରମିକ। ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ୧୪୦୦ ଜଣ ଭବାନୀପାଟଣା ରେଲୱେ ଷ୍ଟେସନ ପହଞ୍ଚିଥିବାବେଳେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୪ତାରିଖ ରାତି ୧୨ ଟାରୁ ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ କର୍ଫ୍ୟୁ ଘୋଷଣା କରାଯାଇଛି ।

ଭବାନୀପାଟଣାଠାରୁ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ଵତନ୍ତ୍ର ଟ୍ରେନ୍ ଦିନ ୩ ଟା ସମୟରେ ପହଞ୍ଚିଛି। ରେଲୱେ ଷ୍ଟେସନ ଅଞ୍ଚଳରୁ ୫୦୦ ମିଟର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

Comments are closed.