ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ବିପୁଳ ମାଓ ସାମଗ୍ରୀ ଜବତ

କଳାହାଣ୍ଡି : କଳାହାଣ୍ଡି ଜିଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ଅଞ୍ଚଳରେ ଶୁକ୍ରବାର ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ବହୁ ପରିମାଣରର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି । ଏସଓଜି ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କଳାହାଣ୍ଡି ଜିଲାର ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଯୁଗସାଇପାଟଣା ଅଞ୍ଚଳରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳିଗୁଳା ବିନିମୟ ଆରମ୍ଭ ହୋଇଥିଲା। ଏହି ସମୟରେ ବିପୁଳ ମାତ୍ରାରେ କ୍ୟାମ୍ପ ସାମଗ୍ରୀ ଜବତ କରାଯିବା ସହ ସର୍ଚ୍ଚ ଅପରେସନକୁ ଯୋରଦାର କରାଯାଇଛି ।

Comments are closed.