କରୋନା ସମ୍ପର୍କିତ ଗୁଜବ ପ୍ରଚାର ଅଭିଯୋଗ :  କଲେଜ ଛାତ୍ର ଗିରଫ

କଳାହାଣ୍ଡି : କଳାହାଣ୍ଡି ଜିଲାରେ କରୋନା ସମ୍ପର୍କିତ ଗୁଜବ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଅଭିଯୋଗରେ ସୋମବାର ଜଣେ କଲେଜ ଛାତ୍ରକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ଭବାନୀପାଟଣା ସ୍ଥିତ ସୌରଭ ମିଶ୍ର ବୋଲି ଜଣାପଡ଼ିଛି । ସେ  କରୋନା ସଂକ୍ରମିତ ଖବର ଫେସବୁକ ଜରିଆରେ ପ୍ରସାର କରୁଥିଲେ।

ସୂଚନା ଅନୁଯାୟୀ,  କଳାହାଣ୍ଡି ଜିଲାରେ କୋରନା ଗୁଜବ ପ୍ରଚାର ଅଭିଯୋଗରେ ଏହା ଦ୍ଵିତୀୟ ଗିରଫ। ପୂର୍ବରୁ ଗୋଲାମୁଣ୍ଡାର ଶିକ୍ଷକ ବିନ୍ଦୁ ମହାନନ୍ଦ ଗିରଫ ହୋଇଥିଲେ। କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର କୌଣସି ବ୍ୟକ୍ତି କରୋନା ସମ୍ପର୍କିତ ଗୁଜବ ପ୍ରଚାର ନ କରିବାକୁ ତାଗିତ କରିଛନ୍ତି।

Comments are closed.