ସନ୍ଦେହଜନକ ଭାବେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

କଳାହାଣ୍ଡି : କଳାହାଣ୍ଡି ଜିଲା ଜୟପାଟଣା ଥାନା ବଡ଼କର୍ଲାକୋଟ ଠାରେ ସନ୍ଧେହଜନକ ଭାବେ ଶନିବାର ଜଣେ ବଙ୍ଗାଳୀ ଯୁବକଙ୍କ ଝୁଲନ୍ତା ମୃତଦେହ ଏକ କୋଠରୀରୁ ଜୟପାଟଣା ପୁଲିସ ଜବତ କରିଛି।। ମୃତ ଯୁବକ ଜଣଙ୍କ ହେଉଛନ୍ତି ସୁମନ୍ତ ପୁଝାରି ।

ସୂଚନା ଅନୁଯାୟୀ,  ଗତ ପାଞ୍ଚ ବର୍ଷ ହେବ ବଡ଼କର୍ଲାକୋଟର ସୁମନ୍ତ ପୁଝାରି ଘରେ ଉଜ୍ଜଳ ବିଶ୍ୱାସ ଓ ତାଙ୍କ ପରିବାର ଭଡାରେ ରହୁଥିଲେ।। ଉଜ୍ଜଳ ବିଶ୍ୱାସ ବଙ୍ଗାଳୀ ହୋଇଥିବା ବେଳେ ସେ ୫ବର୍ଷ ତଳେ କପୁରମାଲ ଜଣେ ସାଧାରଣ ବର୍ଗର ଝିଅକୁ ପ୍ରେମ ବିବାହ କରିଥିଲେ। କିନ୍ତୁ ମୃତ ଯୁବକ ଜଣକ ଉଜ୍ଜଳ ବିଶ୍ୱାସଙ୍କ ନିଜ କାକାର ପୁଅ ହୋଇଥିବା ବେଳେ ସେ ତାଙ୍କ ସହ ଗତ ଦୁଇ ବର୍ଷରୁ ରହିଆସୁଥିଲେ। ଆଜି ହଠାତ ତାଙ୍କ ଝୁଲନ୍ତା ଶବ ମିଳିବା ଘଟଣାକୁ ଲୋକେ ଆତ୍ମହତ୍ୟା ବୋଲି ସହଜରେ ଗ୍ରହଣ କରିପାରୁନାହାନ୍ତି। ହେଲେ ପୁଲିସର ତଦନ୍ତ ପରେ କିଛି ରହସ୍ୟ ଉନ୍ମୋଚନ ହୋଇପାରେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Comments are closed.