ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦେଇ ଧାରଣାରେ ବସିଲେ ଚାଷୀ

କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶହଶହ ଚାଷୀ ଅଫିସ ମୂଖ୍ୟ ଫାଟକ ଆଗରେ ଧାନ ଗଦେଇ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।। ମଣ୍ଡିରେ ଧାନ ବିକ୍ରି ନ ହୋଇ ପଡ଼ି ରହିଥିବାରୁ ଚାଷୀମାନେ ଅନନ୍ଦୋଳକନ କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କେତେବେଳେ ଟାର୍ଗେଟ ନାହିଁ ତ କେତେବେଳେ ଚାଷୀଙ୍କ ଟୋକନ ଅନଲାଇନରେ ପଞ୍ଜିକରଣ ପରେ ମଧ୍ୟ ଆସୁନାହିଁ। ପୁଣି ମିଳିଥିବା ଟୋକାନ ଟାର୍ଗେଟ ନ ଥିବାରୁ ଲେପସ ହୋଇ ଯାଉଛି। ଅନ୍ୟପଟେ ଯୋଗାଣ ବିଭାଗର ଦୋ ମୁହାଁ ନୀତି ଯୋଗୁଁ ମଣ୍ଡିରେ ବିକ୍ରି ନ ହୋଇ ଚାଷୀଙ୍କ ଧାନ ପଡ଼ି ରହିଛି ।  ଏ ନେଇ ଧର୍ମଗଡ ଉପଜିଲାପାଳ ଅଫିସ ସମ୍ମୁଖରେ ଚାଷୀମାନେ ଧାନ ଗଦେଇ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।

Comments are closed.