ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳିକା ମୃତ୍ୟୁ ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲା ମୁଖିଗୁଡା ସେକ୍ଟର-୩ କ୍ବାଟର ନମ୍ବର ବିବିପି-୧୭ରେ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ନାଗେଶ୍ବରୀ ଜାନୀ। ସେ ଇନ୍ଦିରାବତୀ ମହାବିଦ୍ୟାଳୟ ଜୟପାଟଣରେ ଯୁକ୍ତ ୨ରେ ପଢୁଥିଲେ। ଘରେ କେହି ନଥିବା ବେଳେ ସେ ରୋଷେଇ କରୁଥିଲେ। ରୋଷେଇ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବା ଫଳରେ ନାବାଳିକା ଜଣଙ୍କ ନିଆଁରେ ପୋଡି ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାରଲୋକେ ପହଞ୍ଚିବାପରେ ଜୟପାଟଣା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.