କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ପାଖରେ ଜଣେ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ

କଳାହାଣ୍ଡି : କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ପାଖରେ ଜଣେ ହାର୍ଡକୋର ମାଓବାଦୀ ମଙ୍ଗଳବାର ଆତ୍ମ ସମର୍ପଣ କରିଛି। ଏନେଇ କଳାହାଣ୍ଡି ପୁଲିସ ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ଦୁର୍ଦାନ୍ତ ମାଓବାଦୀ ଙ୍କ ନାଁ ରାମଦାସ ଓରଫ କେସ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ଆତ୍ମ ସମର୍ପଣ କରିଥିବା ମାଓବାଦୀ ରାମଦାସ ୨୦୦୯ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ । ୨୦୧୦ ରୁ ୨୦୧୮ ପର୍ଯ୍ୟନ୍ତ କନ୍ଧମାଳର ଖଡଙ୍ଗ ଏରିଆ କମିଟି ଓ କଳାହାଣ୍ଡିର ଏମ .ରାମପୁର ଥାନାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟକରି ଆସୁଥିଲେ। ସେ କଳାହାଣ୍ଡି ଜିଲାର ଏମ ରାମପୁର ଥାନାର ବିଭିନ୍ନ ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡରେ ସାମିଲ ଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ କହିଛନ୍ତି।

Comments are closed.