ବାଇକକୁ ଧକ୍କା ଦେଲା କାର : ୧ମୃତ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

କଳାହାଣ୍ଡି  : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୂଟରୁଖମାର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ସୋମବାର ଏକ କାର ବାଇକକୁ ଧକ୍କା ଦେଇଛି। ଏହି ଧକ୍କାରେ ଘଟଣା ସ୍ଥଳରେ ବାଇକରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ବାଇକ ଆରୋହୀଙ୍କ ସ୍ତ୍ରୀ ଉପାସି ଧଙ୍ଗଡ଼ାମାଝୀ ।

ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ପରିବାର ତିନିଜଣ ସୁରେଶ ବାଗ, ତାଙ୍କ ସ୍ତ୍ରୀ ଉପାସି ଧଙ୍ଗଡ଼ାମାଝୀ ଓ ଦୁଇମାସର ପୁଅ ଗାଁକୁ ଫେରୁଥିବା ସମୟରେ  କୂଟରୁଖମାରେ ଏକ ଇଣ୍ଡିକା କାର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉପାସି ଧଙ୍ଗଡ଼ାମାଝୀଙ୍କ ମୃତ୍ୟୁ ଘଟିଛି। ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ  ୨୬ନମ୍ବର ଜାତୀୟ ରାଜପଥ  କୂଟରୁଖମାର ନିକଟରେ ଅବରୋଧ କରିଛନ୍ତି। ଫଳରେ ସହ ସହ ଯାନବାହନ ଅଟକି ରହିଛି। ଘଟଣା ସମ୍ପର୍କରେ ସଦର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ନାହିଁ।

Comments are closed.