ପୁଲିସର ଜନସମ୍ପର୍କ ଶିବିର : ଯୁଗସାଇପାଟକୁ ନକ୍ସଲମୁକ୍ତ କରିବା ପାଇଁ ଆହ୍ଵାନ

କଳାହାଣ୍ଡି : କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟ ଠାରେ ରବିବାର ଏକ ପୁଲିସ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଏହି ଯୁଗସାଇପାଟ ପଞ୍ଚାୟତଟି ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ଉନ୍ନୟନ ମୂଳକ କାର୍ୟ୍ୟ ବାଧାପ୍ରାପ୍ତ ହେବା ସହିତ ଅନେକ ରାସ୍ତା କାମ ଓ ସ୍କୁଲ କାମ ସବୁ ଅଧାରେ ବନ୍ଦ ପଡିରହିଛି। ଏ ନେଇ ଜିଲା ଆରକ୍ଷୀ ଅଧିକ୍ଷକ ସ୍ଥାନୀୟ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ପୁଲିସ ସବୁବେଳେ ଆପଣଙ୍କ ସେବାରେ ନିୟୋଜିତ ଅଛି ଓ ଆପଣ ମାନେ ନକ୍ସକୁ ଭୟ କରିବା ଆବଶ୍ୟକ ନୁହେଁ ବୋଲି ଏସପି କହିଥିଲେ

Comments are closed.